ମଣିଷ ଜୀବନ ହେଉଛି ଅନୁଭୂତି, ସଂଘର୍ଷ ଓ ସ୍ମୃତିର ଏକ ଲମ୍ବା ଯାତ୍ରା। କେବେ ହସ, କେବେ ଲୁହ, କେବେ ସଫଳତା ତ କେବେ ଅସହାୟତା—ଏସବୁକୁ ନେଇ ଗଢ଼ିଉଠେ ମଣିଷର ଜୀବନ କାହାଣୀ। ଜଗତସିଂହପୁର ଜିଲ୍ଲା, ଓଡ଼ିଶୋ ଗ୍ରାମ ପଞ୍ଚାୟତର ଆବିଧିଆନନ୍ଦପୁର ବଣସାହିର ଏକ ଗୋପାଳ ପରିବାରରେ ମୋର ଜନ୍ମ। ପିଲାଦିନରୁ ଗାଁର ପରିବେଶରେ ବଢ଼ିଛି। ଗାଁର ପିଲାମାନଙ୍କ ସହ ମିଶି ଖେଳିବା, ହସିବା ଓ ଦିନ କାଟିବା—ସେହି ଦିନଗୁଡ଼ିକ ଆଜି ମଧ୍ୟ ମନରେ ସତେଜ ଅଛି।…